January 13, 2026

ପ୍ରେମିକାର ଭିଡିଓ ଭାଇରାଲ କରିଥିବା ଅଭିଯୋଗ

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକାର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ପ୍ରେମିକଙ୍କୁ ଗିରଫ କରିଛି।

ପୋଲିସ ସୂଚନା ମୁତାବକ, ଜଣେ ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ପରେ ପ୍ରେମିକ ବିଭିନ୍ନ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ବ୍ଲାକମେଲ କରୁଥିଲେ। ଏନେଇ ପ୍ରେମିକା ଥାନାରେ ଏକ ଏତଲା ଦେଇଥିଲେ। ଅଭଯୋଗକୁ ଭିତ୍ତି କରି ପୋଲିସ ପ୍ରେମିକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।