June 27, 2025

ସବୁ ଜିଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ

1 min read

ଭୁବନେଶ୍ୱର: ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଖୋଲିବ ମେଡିକାଲ କଲେଜ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ହେବ। ଏଥିପାଇଁ କାମ ଆରମ୍ଭ ହୋଇଛି। ମେଡିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ୍‌‌ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏନେଇ ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି। ତେବେ ଅବସରପ୍ରାପ୍ତ ଅଧ୍ୟାପକମାନେ ପାଠ ପଢାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହିତ ଦେଶ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅନଲାଇନରେ ପାଠ ପଢାଇବେ।

Leave a Reply

Your email address will not be published. Required fields are marked *