ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗସ୍ତ ପୂର୍ବରୁ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ
1 min read
ଭୁବନେଶ୍ୱର: ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗସ୍ତ ପୂର୍ବରୁ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ମୋଟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ, ଡେପୁଟି କମିସନର ଅଫ୍ ପୁଲିସ (ଡିସିପି) ତଥା ପୁଲିସ ଅଧୀକ୍ଷକ (ଏସପି) ପଦର ୧୬ ଜଣ ଅଧିକାରୀ, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ସହକାରୀ ପୁଲିସ କମିସନର (ଏସିପି) ତଥା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (ଡିଏସପି), ୧୦୬ ଜଣ ଇନ୍ସପେକ୍ଟର, ୪୫୫ ଜଣ ସବ-ଇନ୍ସପେକ୍ଟର ଏବଂ ସହକାରୀ ସବ-ଇନ୍ସପେକ୍ଟର, ୧୮୯ ଜଣ ମହିଳା ପୁଲିସ କର୍ମଚାରୀ ଏବଂ ୨୯୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି।
ଟ୍ରାଫିକ୍ ଏବଂ ଭିଡ଼ ପରିଚାଳନା ପାଇଁ, ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା ସ୍ଥିର କରାଯାଇଛି। ରୋଡ୍ ସୋ’ରୁଟ୍ ବିମାନବନ୍ଦରରୁ ଏଜି ସ୍କୋୟାର, ରାଜଭବନ ସ୍କୋୟାର, ଜୟଦେବ ବିହାର ଏବଂ ଅନ୍ୟାନ୍ୟ ପ୍ରମୁଖ ଅଞ୍ଚଳ ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ହେବ। ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କିମ୍ବା କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟ୍ଗୁଡ଼ିକରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି।