ବାପାଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୁଣି ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଫେରୁଛନ୍ତି ରିଙ୍କୁ ସିଂହ
1 min read
କଲକତା:ବାପାଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୁଣି ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଫେରୁଛନ୍ତି ରିଙ୍କୁ ସିଂହ। ଦେଶ ପାଇଁ ଖେଳିବା ପାଇଁ ସେ ଶନିବାର କଲକତାରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ ବୋଲି ସୂଚନା ମିଳିଛି । ସାହସ ଜୁଟାଇ ପୁଣିଥରେ ସେ ଦଳକୁ ଫେରିବେ । ଟିମ୍ ଇଣ୍ଡିଆ ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ ଶେଷ ପରୀକ୍ଷା ଦେବ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ମାର୍ଚ୍ଚ ୧ରେ ଖେଳିବ । ଏହା ପୂର୍ବରୁ ଅଭ୍ୟାସ ପାଇଁ କାମ ସାରି ପୁଣିଥରେ ଦଳ ସହ ଯୋଗ ଦେବେ । ଯେକେହି ବି ଶୁଣୁଛି ତାଙ୍କୁ ପ୍ରଂଶସା ନକରି ରହିପାରୁନି ।
ତେବେ ଗୋଟିଏ ପଟେ ଜିମ୍ବାଓ୍ବେକୁ ବଡ଼ ରନ୍ ବ୍ୟବଧାନରେ ହରାଉଥିଲା ଟିମ୍ ଇଣ୍ଡିଆ, ଅନ୍ୟପଟେ ରିଙ୍କୁ ସିଂ ଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ମ୍ୟାଚରେ ବିଜୟ ହାସଲ କରିବା ସହ ସେମିଫାଇନାଲ ରେସରେ ପୁଣି ରହିଛି ଭାରତ । ତେବେ ବାପାଙ୍କ ମୃତ୍ୟୁ ହେବାର ଖବର ରିଙ୍କୁଙ୍କ ପାଖରେ ପହଞ୍ଚି ପାରିନଥିଲା । ସେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ପ୍ଲେଇଂ ଇଲେଭେନରେ ସୁଯୋଗ ପାଇନଥିଲେ କିନ୍ତୁ ସେ ଫିଲ୍ଡି କରୁଥିଲେ । ମ୍ୟାଚ ସରିବା ପରେ ସେ ବାପାଙ୍କ ପରଲୋକ ଖବର ପାଇଥିଲେ । ତୁରନ୍ତ ସେ ଅନ୍ତିମ ଦର୍ଶନ ପାଇଁ ବାହାରି ଯାଇଥିଲେ । ଚେନ୍ନାଇରୁ ତାଙ୍କ ଜନ୍ମସ୍ଥାନ ଆଲିଗଡ଼କୁ ଯାଇଥିଲେ । ସେଠାରେ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ବାପାଙ୍କ କୋକେଇକୁ କାନ୍ଧ ଦେଇ ପୁଅର ଧର୍ମ ପାଳନ କରିଥିଲେ । ଏବେ ସେ ଦେଶ ପାଇଁ ଖେଳିବା ପାଇଁ ପୁଣି ବାହାରିଛନ୍ତି ।


