ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୧୩୦୦ ଆହତ
1 min read
ଆଫଗାନିସ୍ତାନ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦ ଅତିକ୍ରମ କରିଛି। ୧୩୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।
ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୭ରେ ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିଲା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଥିବା କୁହାଯାଉଛି।