March 11, 2026

ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣା

1 min read

ଅମରନାଥ: ରାମବନର ଚନ୍ଦରକୋଟ ଲାଙ୍ଗରରେ ଅମରନାଥ ଯାତ୍ରାର ପହଲଗାମ କାଫଲାର ଶେଷ ଗାଡ଼ି ନିୟନ୍ତ୍ରଣ ହରାଇ ଫସି ରହିଥିବା ଗାଡ଼ି ସହିତ ଧକ୍କା ହୋଇଛି, ଯାହା ଫଳରେ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ୩୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ରାମବନରେ ଭର୍ତ୍ତି କରାଯାଇଛି। ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଯାତ୍ରା ଜାରି ରଖିବା ପାଇଁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।