January 24, 2026

ଜଣେ ମହିଳା ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତି ପାଇଛନ୍ତି

1 min read

ଭୁବନେଶ୍ବର : ରାଜ୍ୟରେ ସରକାରୀସ୍ତରରେ ଜଣେ ମହିଳା ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତି ପାଇଛନ୍ତି ମୟୂରଭଞ୍ଜର ସନ୍ଧ୍ୟାରାଣୀ ମାଝୀ। ସେ ବରିଷ୍ଠ ଆଇଏଏସ୍‌ ତଥା ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତ ହୋଇଛନ୍ତି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ଆସିଥିବା ଆଇଏଏସ୍ ଶ୍ରୀମତୀ ପାଢ଼ୀ ଓଡ଼ିଶାରେ ସରକାରୀ କ୍ଷେତ୍ରରେ ପ୍ରଥମ ମହିଳା ଚାଳକ ନିଯୁକ୍ତି ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଆମ ବସ୍ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ଗୁଡ଼ିକରେ ପୂର୍ବରୁ ମହିଳାଙ୍କୁ କଣ୍ଡକ୍ଟର ଭାବରେ ନିଯୁକ୍ତି ଦିଆଯାଇଛି। ଏବେ ସରକାରୀ ଗାଡ଼ି ଚାଳକ ଭାବରେ ସନ୍ଧ୍ୟାରାଣୀ ନିଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ପ୍ରାୟ ୫୦୦ ମହିଳାଙ୍କୁ ଚାଳକ ଭାବରେ ପ୍ରଶିକ୍ଷିତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।