ସଡ଼କ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ
1 min read
ଲଖିମପୁର: ଉତ୍ତରପ୍ରଦେଶର ପିଲିଭୀତ-ବସ୍ତି ୭୩୦ ନମ୍ବର ଜାତୀୟ ରାଜପଥର ସିସାଇଆ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଯାତ୍ରୀ ଭର୍ତ୍ତି ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମ୍ୟାଜିକ୍ ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।


