ଲକ୍ଷ୍ନୌରେ ରନୱେରୁ ଫେରିଲା ବିମାନ
1 min read
ଲକ୍ଷ୍ନୌ: ଘନ କୁହୁଡ଼ି ଯୋଗୁଁ ଅମାଉସି ବିମାନବନ୍ଦରରେ ଲକ୍ଷ୍ନୌରୁ ଅହମ୍ମଦାବାଦ ଯାଉଥିବା ଏକ ବିମାନକୁ ରନୱେରୁ ଫେରିବାକୁ ପଡିଛି। ଦୁଇ ଘଣ୍ଟା ପରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ବିମାନକୁ ବାତିଲ କରାଯାଇଥିଲା। ସେହିପରି ଦିଲ୍ଲୀରୁ ଆସୁଥିବା ଇଣ୍ଡିଗୋ ବିମାନକୁ କୋଲକାତାକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ୧୫ଟି ବିମାନ ସେବା ପ୍ରଭାବିତ ହୋଇଥିଲା।


