July 1, 2026

କଳିଙ୍ଗନଗର-ଅବସରକାଳୀନ ସମ୍ବର୍ଦ୍ଧନା

1 min read

କଳିଙ୍ଗନଗର, ୩୦/୬ : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟସ୍ଥ ମହାପାଟ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ନାୟକଙ୍କ ଅବସର ଉପଲକ୍ଷେ ଏକ ଗରିମାମୟ ବିଦାୟ ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଦୀର୍ଘ ବର୍ଷ ଧରି ନିଷ୍ଠା, ଶୃଙ୍ଖଳା ଓ ସମର୍ପଣ ସହ ଶିକ୍ଷାଦାନ କରି ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବା କବିତା ନାୟକଙ୍କୁ ଭାବପୂର୍ଣ୍ଣ ପରିବେଶରେ ସମ୍ମାନ ଜଣାଇଥିଲେ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଶିକ୍ଷାପ୍ରେମୀ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ପ୍ରିନ୍ସିପାଲ ଦୁର୍ଯ୍ୟୋଧନ ବେହେରା ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷାବିତ୍ ଚନ୍ଦ୍ରକାନ୍ତ ଘଡ଼ାଇ ମୁଖ୍ୟ ବକ୍ତା ଏବଂ ବ୍ଲକ ସହ ଶିକ୍ଷା ଅଧିକାରୀ କଣ୍ଠ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ କର୍ମମୟ ଜୀବନକୁ ଉଚ୍ଚ ପ୍ରଶଂସା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ପୂର୍ବତନ ଶିକ୍ଷକ ଗୁଣମଣି ଜେନା, କୁଳମଣି ମୁଦୁଲି, ହୃଷୀକେଶ ବିଶ୍ୱାଳ ଏବଂ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି ମୁଦୁଲି ପ୍ରମୁଖ ଉପସ୍ଥିତ ରହି କବିତା ନାୟକଙ୍କ ନିଷ୍ଠାପର ଶିକ୍ଷାଦାନ, ଛାତ୍ରବତ୍ସଳତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶରେ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢୌକନ, ଛତା, ପବିତ୍ର ଶ୍ରୀମଦ୍ ଭଗବଦ୍‌ଗୀତା ସମେତ ବିଭିନ୍ନ ସ୍ମାରକ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବିଦାୟ ବେଳର ଭାବପ୍ରବଣ ପରିବେଶରେ ଉପସ୍ଥିତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ କବିତା ନାୟକଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ସୁସ୍ଥ, ସୁଖମୟ ଓ ସମୃଦ୍ଧ ଅବସର ଜୀବନ କାମନା କରିଥିଲେ।
ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି ମୁଦୁଲି ଧନ୍ୟବାଦ ଅର୍ପଣ