January 25, 2026

ପ୍ରେମ ସମ୍ପର୍କକୁ ନେଇ ସାଙ୍ଗକୁ ଜୀବନରୁ ମାରି ଟ୍ରେନ ଦୁର୍ଘଟଣାର ରୂପ ଦେଇଛି ଅନ୍ୟ ଜଣେ ସାଙ୍ଗ

1 min read

ଧାମରା: ପ୍ରେମ ସମ୍ପର୍କକୁ ନେଇ ସାଙ୍ଗକୁ ଜୀବନରୁ ମାରି ଟ୍ରେନ ଦୁର୍ଘଟଣାର ରୂପ ଦେଇଛି ଅନ୍ୟ ଜଣେ ସାଙ୍ଗ। ଗତ ୭ ତାରିଖରେ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମାଣିପୁର ଗାଁରେ ଚଗଲା ଦାସଙ୍କ ପୁଅ ସିପୁନ ଦାସ ରାତିରେ ଘରେ ଶୋଇଥିବା ବେଳେ ସେହି ଗାଁର ପପନ ଦାସ ଏବଂ ଅନ୍ୟ ସହଯୋଗୀମାନେ ସିପୁନ ଦାସକୁ ଡାକି ଯୋଜନାବଦ୍ଧ ଭାବେ ଆକ୍ରମଣ କରିବା ସହିତ ଜୀବନରୁ ମାରି ଏକ ଟ୍ରାକ୍ଟରରେ କିଛି ଘଣ୍ଟା ପାଇଁ ଶୁଆଇ ଦେଇଥିଲେ। ପରେ ବିଳମ୍ବିତ ରାତିରେ ମାଣିପୁର ରେଳ ଧାରଣା ରେ ଶୁଆଇ ଦେଇ ଚାଲିଯାଇଥିଲେ। ଏ ନେଇ ମୃତ ସିପୁନ ଙ୍କ ପରିବାର ଲୋକେ ମାରି ଦେଇଥିବା ନେଇ ଘଣ୍ଟେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାରେ ବାଂଶଡା ଥାନା ଅଧିକାରୀ ମହମ୍ମଦ ହାପିଜ ଘଟଣା ରେ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛନ୍ତି।