ଜାତୀୟ ରାଜପଥର ଓଲଢ଼ି ଛକରେ ଦୃଘଟଣା
1 min read
ଡେରାବିଶ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ନିର୍ମାଣ ଧୀନ ୫୩ନମ୍ବର ଜାତୀୟ ରାଜପଥର ଓଲଢ଼ି ଛକରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତିl ସ୍ଥାନୀୟ ଲୋକମାନେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଡେରାବିଶ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ଜଣାପଡିଛି l ତେବେ ଗୁରୁତର ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ବାରୁଆ ଅଞ୍ଚଳର ଉମାକାନ୍ତ ଭୋଇ (୩୫)l ସୂଚନା ଅନୁଯାଇ ଉମାକାନ୍ତ ନିଜ ବାଇକ ନଂ (ଓ ଆର ୦୨ବିଏଚ ୦୯୬୨) ଯୋଗେ ମଙ୍ଗଳବାର ସନ୍ଧ୍ୟାରେ ଚଣ୍ଡିଖୋଲ ପଟୁ ନିଜ ଘରକୁ ଫେରୁଥିବା ସମୟରେ ନିର୍ମାଣଧୀନ ରାଜପଥର ଓଲଢ଼ି ଠାରେ ଥିବା ଏକ ପୋଲରେ ଥିବା ଗାଢ଼ରେ ପଡ଼ି ଗାଡିର ଭାରସାମ୍ୟ ହରାଇ ଜୋରରେ ଛିଟିକି ପଡ଼ି ଥିଲେl ଜଫଳରେ ଉମାକାନ୍ତଙ୍କ କାନାମୁଣ୍ଡ ଫାଟି ଅଣ୍ଟା ଓ ହାତରେ ଗଭୀର ଆଘାତ ଲାଗିଥିଲା l ଏହା ଦେଖି ଛକରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତର ଖାନରେ ଭର୍ତ୍ତି କରିଥିଲେ


