September 23, 2026

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

1 min read

ଭୁବନେଶ୍ଵର: ଫେବୃଆରୀ ୨୧ ତାରିଖ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ପ୍ରତ୍ୟେକ ବର୍ଷ ଏହି ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।