January 27, 2026

ସରସ୍ବତୀ ପୂଜା ଲାଗି ବିଦ୍ୟାଳୟକୁ ଆସୁଥିଲେ ଛାତ୍ର, ଦୁର୍ଘଟଣାରେ ଚାଲିଗଲା ଜୀବନ

1 min read

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ସରସ୍ବତୀ ପୂଜାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟକୁ ସରସ୍ବତୀ ପୂଜା ଲାଗି ଆସୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ।
ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ ବିଦ୍ୟୁତ୍ ଖମ୍ବରେ ବାଇକ୍ ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ର ହେଲେ ଚୌକା ଗାଁର କ୍ରିସ୍ ମହାକୁର। ଏହି ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।