January 27, 2026

ଏନ. ଟି. ପି. ସି. ତାଳଚେର ଥର୍ମାଲ କୁ ସୁରକ୍ଷା ପୁରସ୍କାର

1 min read

ତାଳଚେର : ଏନ. ଟି. ପି. ସି. ତାଳଚେର ଥର୍ମାଲ କୁ 2024 ର ସମ୍ମାନ ଜନକ” ପ୍ଲାଟି ନମ “ପୁରସ୍କାର, ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି.ଏହା ଆପେକ୍ସ ଭାରତୀୟ ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥାଏ. ନବମ ଆପେକ୍ସ ପୁରସ୍କାର ପ୍ରଦାନ ଉତ୍ସବ ସମ୍ପ୍ରତି 23 ନଭେମ୍ବର 2024ରେ ଗୋଆ ଠାରେ, ଅବସର ପ୍ରାପ୍ତ ମେଜର ଜେନେରାଲ ପି. କେ. ସାଇଗଲ ପ୍ରଦାନ କରିଥିଲେ. ଏହି ଉତ୍ସବ ରେ ଡ଼. ଅବନିସ ସିଂ ମଧ୍ୟ ଅବସର ପ୍ରାପ୍ତ ଡିରେକଟର ଜେନେରାଲ ଉପସ୍ଥିତ ଥିଲେ.ଏନ. ଟି. ପି. ସି. ତାଳଚେର ଥର୍ମାଲ ର ସୁରକ୍ଷା ବିଭାଗ ର ଡି. ଜି. ଏମ. ରାଜେନ୍ଦ୍ର ସିଂ ରାବତ ଏହା ଗ୍ରହଣ କରିଛନ୍ତି.

ତାଳଚେର ଥର୍ମାଲ ର ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ଙ୍କ ସୁରକ୍ଷା ସମ୍ପର୍କିତ ପ୍ରତିବଦ୍ଧତ| ଓ ପରାମର୍ଶ ଏହି ପ୍ରକଳ୍ପ ରେ କାମ କରୁଥିବା କର୍ମଚାରୀ, ଅଫିସର ଓ କମ୍ପାନୀ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଛି| ଚାନ୍ଦ ଙ୍କ ମତରେ ସୁରକ୍ଷା ଆମ ସମସ୍ତଙ୍କର ପ୍ରଥମ ଲକ୍ଷ ହେବା ଉଚିତ ଓ ଏହା ସମସ୍ତ ବାଧା ବିଘ୍ନ କୁ ଦୁରେଇ ଦେବାରେ ସହାୟକ ହେବ ବୋଲି ପରାମର୍ଶ ଦେଇଛନ୍ତି.ଏନ. ଟି. ପି. ସି. ତାଳଚେର ଥର୍ମାଲ ଏହି ଅବସରରେ ସମସ୍ତ କର୍ମଚାରୀ ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛି|ଏହି ପୁରସ୍କାର ତାଳଚେର ଥର୍ମାଲ ର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ନିବଦ୍ଧ ର ନିଚ୍ଛକ ପ୍ରତିଫଳନ ଅଟେ |