January 24, 2026

ବରଗଡ଼ରେ ଖୋଲିଲା ଧାନମଣ୍ଡି

1 min read

ବରଗଡ଼: ବରଗଡ଼ ଜିଲ୍ଲାର ସୋହେଲାରେ ବୁଧବାରଠାରୁ ଖୋଲିଲା ଧାନମଣ୍ଡି। ଏଠାରେ ଚଳିତ ଖରିଫ ଋତୁର ପ୍ରଥମ ଧାନ କିଣା ଆରମ୍ଭ ହୋଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଧାନମଣ୍ଡିର ଉଦଘାଟନ କରିଥିଲେ।

“ଆଜି ଓଡ଼ିଶାର ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରାଯାଉଛି। ଆମେ ଦେଇଥିବା ପ୍ରତିଶ୍ରୁତି ମୁତାବିକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣା ଯାଉଛି। ଏନେଇ ଆମେ ସବୁ ପ୍ରକାର ବ୍ୟବସ୍ଥା କରିଛୁ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ଚଳିତ ଖରିଫ ଋତୁରେ ଓଡ଼ିଶାରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଚାଷୀମାନଙ୍କୁ ୨୩୦୦ ଟଙ୍କାର କେନ୍ଦ୍ରୀୟ ଏମଏସପି ସହ ଅତିରିକ୍ତ ୮୦୦ ଟଙ୍କା ବୋନସ୍ ଦେବେ ରାଜ୍ୟ ସରକାର। ଏହି ସବୁ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟଙ୍କୁ ପଠାଯିବ।