January 24, 2026

ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM

1 min read

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ଏହା ସଫଳ ହେଲେ ସବୁ ଜିଲା ଓ ବ୍ଲକ୍‌ରେ ଖୋଲିବ ବୋଲି ମନ୍ତ୍ରୀ ପତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *