November 12, 2026

ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିଛନ୍ତି

1 min read

ଛତ୍ରପୁର,୧୨ା୧୧: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିଛନ୍ତି।
ଗୁରୁବାରଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ଗସ୍ତରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଥମେ ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଜିଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିଦର୍ଶନ କରି ସର୍ଭେ କାର୍ଯ୍ୟର ଯାଞ୍ଚ କରିଥିଲେ।

ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ତାଙ୍କ ସହ ଉପସ୍ଥିତ ଥିଲେ। ଏହାସହିତ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଏବଂ ଅତିରିକ୍ତ ଜିଲାପାଳ (ସାଧାରଣ)ଙ୍କ ପ୍ରକୋଷ୍ଠରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ସେ ଅଧ୍ୟକ୍ଷତା କରି ସର୍ଭେ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ବୈଠକରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର ଡ. ସିକିତା ଗୌଡ଼, ଜିଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଛତ୍ରପୁର ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଜିଏନ୍‌ଏମ୍‌ ସେକ୍ସନର ସେକ୍ସନ ଅଫିସର ପୂର୍ଣ୍ଣ ବେହେରା, ଜିଲା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ) ଓ ସୁପରଭାଇଜରମାନେ ଯୋଗଦେଇଥିଲେ।