November 6, 2026

ୟୁରୋପରେ ବୋମା ଗୁଜବ

1 min read

ୟୁରୋପ: ବିମାନଗୁଡିକରେ ବୋମା ଗୁଜବ ଯୋଗୁ ଗୁରୁବାର ୟୁରୋପରେ ଆତଙ୍କ ଖେଳି ଯାଇଥିଲା । ଅନେକ ବିମାନକୁ ଜରୁରି ଅବତରଣ କରିବାକୁ ପଡିଥିଲା । କେତେକ ବିମାନ ଉଡାଣ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ତେବେ ତଦନ୍ତ ପରେ ଏହା ଏକ ଗୁଜବ ବୋଲି ଜଣାପଡିଛି । ରୁଷିଆ କିମ୍ବା ଇରାଇନରୁ ଏହି ଗୁଜବ ଖେଳାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଉଭୟ ରାଷ୍ଟ୍ର ନିଜ ତରଫରୁ ସ୍ପଷ୍ଟିକରଣ ଦେଇ ଏଭଳି କଥାକୁ ଅସ୍ୱୀକାର କରିଛନ୍ତି । ପ୍ରଥମେ ୱାରସରୁ ବ୍ରସେଲ୍‌ସ ଯାଉଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଏହାର ଜରୁରି ଅବତରଣ କରାଯାଇଥିଲା । ତେବେ ଏହା ଏକ ଗୁଜବ ବୋଲି ତଦନ୍ତ ପରେ ଜଣାପଡିଥିଲା । ପ୍ୟାରିସ ଯିବାକୁ ଥିବା ଅନ୍ୟ ଏକ ବିମାନରେ ବୋମା ଥିବା ଖବର ପ୍ରଚାରିତ ହେବା ପରେ ଏହାର ଉଡାଣ ବାତିଲ କରାଯାଇ ତଲାସିି କରାଯାଇଥିଲା । ତଦନ୍ତ ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା । ଚେକ୍ ରିପବ୍ଲିକରୁ ପାରାଗୁଏ ଯିବାକୁ ଥିବା ୪ଟି ବିମାନରେ ବୋମା ଗୁଜବ ପ୍ରଚାରିତ ହେବା ପରେ ଏହାର ଉଡାଣ ବାତିଲ କରାଯାଇଥିଲା । କୋପେନହାଗାନ ଓ ମାଦ୍ରିଦ ଯାଉଥିବା ଦୁଇଟି ବିମାନ ସୋଫିଆରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା । ଲଣ୍ଡନରୁ ବାହାରିଥିବା ଏକ ଫ୍ଲାଇଟ୍ ବୋମା ଗୁଜବ କାରଣରୁ ପ୍ଲୋଭଡିଭ୍‌ରେ ଅବତରଣ କରିଥିଲା । ଅନେକ ବିମାନ ଅବତରଣ କରିବା ପରେ ବୋମା ଗୁଜବର ସୂତ୍ର ଖୋଜା ଯାଇଥିଲା । ତେବେ ଏଯାବତ କେଉଁ ସୂତ୍ରରୁ ଏହି ଗୁଜବ ପ୍ରଚାରିତ ହୋଇଥିଲା, ତାହା ଜଣାପଡିନାହିଁ ।