November 3, 2026

କ୍ଷତିପୂରଣ ରାଶି ମଞ୍ଜୁର କରିବା ବଦଳରେ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

1 min read

ସମ୍ବଲପୁର: ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗିରଫ କରିଛି।

ଅଜୟ କୁମାର ଗଡ଼ନାୟକ ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର କରିବା ସହ ଭବିଷ୍ୟତରେ ତୃତୀୟ ରେଳ ଲାଇନ୍ ପ୍ରକଳ୍ପର କ୍ଷତିପୂରଣ ମାମଲାରେ ଅନୁକୂଳ ସୁବିଧା ଦେବା ବଦଳରେ ଜମି ମାଲିକ ତଥା ଅଭିଯୋଗକାରୀଙ୍କଠାରୁ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗିରଫ ପରେ ଆଜି ତାଙ୍କୁ ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଅଦାଲତରେ ହାଜର କରାଯିବ।