ଗୁଜରାଟର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ୍ୟ ଓ ହତ୍ୟା ଘଟଣାରେ ଦୋଷୀ ବ୍ୟକ୍ତିଙ୍କର ଜେଲ୍ରେ ହୃଦ୍ଘାତରେ ମୃତ୍ୟୁ
1 min read
ଗୁଜରାଟ:ଗୁଜରାଟର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ୍ୟ ଓ ହତ୍ୟା ଘଟଣାରେ ଦୋଷୀ ବ୍ୟକ୍ତିଙ୍କର ବଡୋଦରା ସେଣ୍ଟ୍ରାଲ ଜେଲ୍ରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିଜୟ ପାଶଓ୍ବାନ । ଭରୁଚର ଝଘଡ଼ିଆ ଜିଆଇଡିସି ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ବିଜୟଙ୍କୁ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଘଟଣାକୁ ଅତ୍ୟନ୍ତ ବିରଳ ମାମଲା ବୋଲି ବିଚାର କରି ଅଦାଲତ ଐତିହାସିକ ରାୟ ଦେଇଥିଲେ। ତେବେ ଦୋଷୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସମଗ୍ର ମାମଲାର ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।
ପ୍ରକାଶ ଥାଉକି ଏହି କଳଙ୍କିତ ଘଟଣା ୨୦୨୪ ଡିସେମ୍ବର ୧୬ ତାରିଖରେ ଘଟିଥିଲା। ଝଘଡ଼ିଆ ଜିଆଇଡିସି ଅଞ୍ଚଳରେ ରହୁଥିବା ଝାଡ଼ଖଣ୍ଡ ମୂଳ ବାସିନ୍ଦା ଜଣେ ଶ୍ରମିକଙ୍କ ୧୦ ବର୍ଷୀୟା ଝିଅ ହଠାତ୍ ନିଖୋଜ ହୋଇଯାଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ବିଜୟ ପାଶୱାନ ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ତା ସହ ଦୁଷ୍କର୍ମ କରିଥିଲା। ଘଟଣା କାଳେ ପ୍ରଘଟ ହୋଇଯିବ, ସେ ପାଇଁ ତାକୁ ହତ୍ୟା ଉଦ୍ୟମ କରିଥିଲା । ନାବାଳିକାକୁ ଏକ ବୁଦାମୂଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୁହଁ, ପେଟ ଓ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଥିଲା। ତାକୁ ସ୍ଥାନୀୟ ବଡୋଦରାର ସୟାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୮ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ନାବାଳିକାର ମୃତ୍ୟୁ ଘଟିଥିଲା ।


