October 28, 2026

ପେଟ୍ରୋଲ ପମ୍ପରେ ଉତ୍ତେଜନା

1 min read

ନୀଳଗିରି: ନୀଳଗିରି ସହର ସ୍ଥିତ୭ନମ୍ବର ୱାର୍ଡ ବାଳିଗୋହିରୀ ସ୍ଥିତସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଥିବା ପୁରୁଣା ତେଲ ଟାଙ୍କିକୁ ପେଟ୍ରୋଲ ପମ୍ପ ଭିତରେ କଲିକତା ଅଞ୍ଚଳ ୩ ଗ୍ୟାସ କର୍ମଚାରୀ ଗ୍ୟାସ କଟରରେ କାଟୁଥିବା ବେଳେ ଅଘଟଣ ଘଟିଛି। ହଠାତ ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କି ଫାଟିଯିବାରୁ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ରେମୁଣା ବ୍ଲକ ଅଧିନସ୍ଥ ବିମୁ ରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହ ଟାଙ୍କିର ଢ଼ାଙ୍କୁଣୀ ବାଡେଇ ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

ପେଟ୍ରୋଲ ପମ୍ପରେ ଉତ୍ତେଜନା

ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ପହଞ୍ଚି ଟାଙ୍କି ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ କଟର ଓ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି। ଏଣେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କୁ ନ୍ୟାୟ ଦାବିରେ ଲୋକେ ଭଙ୍ଗାରୁଜା କରିଛନ୍ତି।

୫୦ ଲକ୍ଷ କ୍ଷତିପୂରଣ ଦାବି‌ରେ ମୃତକ ପରିବାର ଓ ସମ୍ପର୍କୀୟମାନେ ୧୯ନଂ ରାଜ୍ୟ ରାଜପଥ ଶେରଗଡ଼ -ନୀଳଗିରି ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।