“ମା’ ଗଜଲକ୍ଷ୍ମୀ ପୂଜା କମିଟି (ଦୁମୁକାହାଟ)ତୁଳସୀବଜାର ଆନୂକୁଲ୍ୟରେ ଲକ୍ଷ୍ମୀପୂଜା ଆରମ୍ଭ
1 min read
ଡେରାବିଶ,୨୬/୧୦(ନି.ପ୍ର) : ଜଗତଜନନୀ ମା’ ଗଜଲକ୍ଷ୍ମୀ ପୂଜା ରବିବାର ଠାରୁ ସବୁଠାରେ ବେଶ ଧୁମଧାମରେ ପାଳନ କରାଯାଉଛି । “ମା’ ଗଜଲକ୍ଷ୍ମୀ ପୂଜା କମିଟି (ଦୁମୁକାହାଟ)ତୁଳସୀବଜାର, ଡେରାବିଶ ଆନୂକୁଲ୍ୟରେ ଲକ୍ଷ୍ମୀପୂଜା ପ୍ରଥମ ବର୍ଷ ଯଥା ବିଧି ମୁତାବକ ଷୋଢଶ ଉପଚାରରେ ପାଳନ କରାଯାଉଛି । ଏହି ଅବସରରେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ସବୁଦିନ ନୀତି କାର୍ଯ୍ୟ ମା’ଙ୍କର ସମ୍ପାଦିତ ହେଉଛି ଓ ୩୦ରୁ ୪୦ଭକ୍ତ ପ୍ରସାଦ ବ୍ୟବସ୍ଥା କରାଯାଇଛି । ଶେଷ ଦିନ ଯଥା ଗୁରୁବାର ଦିନ ଏକ ସାମୂହିକ ଭୋଜିର ଆୟୋଜନ କରାଯାଇଛି । ଶ୍ରୀ ଗୌରାଙ୍ଗ ରଣା ଓ ନିନିି ରଣା କର୍ତା ରୂପେ ମା’ଙ୍କୁ ଆବାହନ କରିଥିଲେ ।
ଶ୍ରୀ ରଣା ମଧ୍ୟ ଏହି ପୂଜା କମିଟିର ସଭାପତି ଓ ସୁନାକର ମହାରଣା ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ପ୍ରଥମ ଥର ମା’ଙ୍କ ପୂଜା ଆରମ୍ଭ ହୋଇଥିବାରୁ ସମସ୍ତ କାର୍ଯ୍ୟ ବେଶ ସୁରୁଖୁରରେ ସମ୍ପାଦିତ ହୋଇଥିଲା ଓ ଏଥିରେ ଗ୍ରାମର ବହୁ ଲୋକ ସ୍ୱତଃସ୍ଫୃତ ଭାବେ ଯୋଗଦେଇ ପୁଷ୍ପାଜଳୀ ପ୍ରଦାନ କରିଥିଲେ । ଗ୍ରାମର ଯୁବକମାନେ ଏଥିରେ ସଦସ୍ୟ ହୋଇ ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସମ୍ପାଦିତ କରିଥିଲେ । ଆମକୁ ପ୍ରତିଦିନ ଭଜନ, କୀର୍ତନ ଓ ଲୋକଙ୍କୁ ପ୍ରସାଦ ଦେବାରେ ଶାନ୍ତି ମଳିଥାଏ । ତେଣୁ ଆଗାମୀ ବର୍ଷ ମାନଙ୍କରେ ପୂଜା କାର୍ଯ୍ୟ ସହିତ ଏହି କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏକ ଆଧ୍ୟାତ୍ମିକ ପରିସର ସୃଷ୍ଟି କରିବୁ ବୋଲି କମିଟିର ସଭାପତି ଶ୍ରୀ ରଣା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।


