୨୮ରେ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି
1 min read
ରାଇରଙ୍ଗପୁର : ରାଇରଙ୍ଗପୁରବାସୀଙ୍କୁ ପୂଜା ଭେଟିଦେଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍କୁ ମିଳିଛି ମଞ୍ଜୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ରେ ପୁରୀ- ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।
ରାଷ୍ଟ୍ରପତି ହେବା ପରଠୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ବାରମ୍ବାର ରେଳ ମନ୍ତ୍ରୀଙ୍କୁ ଭେଟି ଓ ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୦୭.୨୦୨୬) କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହେଲା।
ରେଳ ବୋର୍ଡ ସୂଚନା ଅନୁଯାୟୀ ଶୀଘ୍ର ଏକ ସୁବିଧାଜନକ ତାରିଖରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଆସନ୍ତା ୨୮ ଓ ୨୯ ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ପାରନ୍ତି ବୋଲି ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ପ୍ରକାଶ କରିଛନ୍ତି। ଉଦଘାଟନୀ ଟ୍ରେନ୍ ସ୍ୱତନ୍ତ୍ର ଭାବେ ଚଲାଯିବ।


