October 17, 2026

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ

1 min read

ବେଙ୍ଗାଲୁରୁ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ଦଳରେ ମିଡ଼ିୟମ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ସାମିଲ ହୋଇଛନ୍ତି। ଅର୍ଶଦୀପ୍‌ ସିଂହ ବୁଧବାର ଚତୁର୍ଥ ମ୍ୟାଚରେ ଆହତ ହୋଇଥିଲେ। ଶନିବାର ଅନ୍ତିମ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ସିନିୟର ମନୋନୟନ କମିଟି ଭୁବନେଶ୍ବର କୁମାରଙ୍କୁ ଦଳରେ ସାମିଲ କରିଛି। ୩୬ ବର୍ଷୀୟ ଭୁବନେଶ୍ବର ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ୨୦୨୨ ନଭେମ୍ବର ପରେ ଭୁବନେଶ୍ବର ପ୍ରଥମ ଥର ପାଇଁ ଭାରାତୀୟ ଟି୨୦ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ବର ୮୭ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୯୦ଟି ୱିକେଟ ନେଇଛନ୍ତି।