October 17, 2026

ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ

1 min read

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ତାଙ୍କ ଗାଡ଼ି ଓ ଭୁବନେଶ୍ୱର ଘାଟିକିଆସ୍ଥିତ ଭଡ଼ା ଫ୍ଲାଟ୍‌ରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଠିକାଦାରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗକୁ ନେଇ ତାଙ୍କୁ ଅଟକାଇ ଯାଞ୍ଚ କରାଯିବା ପରେ ଏହି ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ପ୍ରସନ୍ନଜିତ୍ ଦାସଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ନଗଦ ମିଳିଥିବା ସୂଚନା ରହିଛି। ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଭିଜିଲାନ୍ସ ଟିମ୍ ଏହାକୁ ଜବତ କରିଥିଲା।