October 17, 2026

ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ

1 min read

ଭୁବନେଶ୍ୱର : ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଚଳିତ ବର୍ଷ ମା’ଙ୍କ ପୂଜାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଯାଉଛି। ଅନେକ ସ୍ଥାନରେ ଗତକାଲି ମା’ଙ୍କ ଷଷ୍ଠୀ ପୂଜା କରାଯାଇଛି। ଅନେକ ସ୍ଥାନରେ ଆଜି ପୀଠେ ମହାସପ୍ତମୀ ସହ ମଣ୍ଡପେ ଷଷ୍ଠୀ ପୂଜା ହେଉଛି। ଆଜି ମା’ଙ୍କ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ।
ଅନ୍ୟପଟେ ଦୁର୍ଗାପୂଜା ସପ୍ତମୀ ଓ ଅଷ୍ଟମୀ ତିଥିକୁ ନେଇ ଦ୍ୱନ୍ଦ୍ୱ ରହିଛି। କିଛି ମଣ୍ଡପରେ କାଲି ସରିଛି ମା’ଙ୍କ ବିଲ୍ୱବରଣ। ଆଜି କିଛି ମଣ୍ଡପରେ ଷଷ୍ଠୀ ପୂଜା କରାଯାଉଛି। ପଞ୍ଜିକା ଅନୁଯାୟୀ ୨୦ରେ ମଣ୍ଡପରେ ପାଳିତ ହେବ ଦଶହରା। ଶ୍ରୀମନ୍ଦିରରେ ୨୧ ତାରିଖରେ ହେବ ଦଶହରା ନୀତିକାନ୍ତି।