September 27, 2026

୭୦ ବର୍ଷରୁ ଊର୍ଦ୍ଧ୍ୱ ଜଣେ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ଯୁବକ

1 min read

ପଟ୍ଟାମୁଣ୍ଡାଇ: କଥାରେ ଅଛି,ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।ପଟ୍ଟାମୁଣ୍ଡାଇରେ ଏହି କଥା ଯେମିତି ସତ ପ୍ରମାଣିତ ହୋଇଛି। ଭରା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ୭୦ ବର୍ଷରୁ ଊର୍ଦ୍ଧ୍ୱ ଜଣେ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ଯୁବକମାନେ। ପ୍ରାୟ ୨୨ କିଲୋମିଟର ଭାସି ଆସିବା ପରେ ତାଙ୍କୁ ଉଦ୍ଧାର କରାଯିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।

ଘଟଣାଟି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଞ୍ଚାୟତ ଅନ୍ତର୍ଗତ ଆଗଡ଼ିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଘଟିଛି।ସକାଳୁ ନଦୀକୂଳକୁ ଶୌଚ ପାଇଁ ଆସିଥିବା ବେଳେ ଅସାବଧାନତାବଶତଃ ନଦୀକୁ ଖସି ପଡ଼ିଥିଲେ ବୃଦ୍ଧା କେସି ଦଳାଇ। ନଦୀର ପ୍ରଖର ସ୍ରୋତ ତାଙ୍କୁ ଭସାଇ ନେଇଥିଲା।ଏପଟେ ଭରାନଦୀରେ ଜଣେ ବୃଦ୍ଧା ଭାସିଆସୁଥିବା ଦେଖି ଆଗଡ଼ିଆ ଗ୍ରାମରେ ହୋଇଥିଲା ହୋହାଲ୍ଲା। ଖବର ପାଇ କିଛି ସ୍ଥାନୀୟ ଯୁବକ ତୁରନ୍ତ ଡଙ୍ଗା ନେଇ ନଦୀ ଭିତରକୁ ଯାଇଥିଲେ। ଶେଷରେ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ନଦୀରୁ ଉଦ୍ଧାର କରିଥିଲେ।