September 24, 2026

ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି

1 min read

କଳାହାଣ୍ଡି:ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମିବା ସହ ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସ୍କୁଲ୍‌ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।