September 23, 2026

ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର କୋଠାଘର ଗ୍ରାମରେ ବଣୁଆ ଭାଲୁ ଆକ୍ରମଣ

1 min read

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର କୋଠାଘର ଗ୍ରାମରେ ବଣୁଆ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଯୁବକଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ପରେ ଉନ୍ନତ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ସାହାରପଡ଼ା ବ୍ଲକ ଓସ୍ତଯୋଡ଼ି ଗ୍ରାମର ସନୁ ମୁଣ୍ଡା(୩୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସନୁ ବଡ଼ ନୂଆଗାଁସ୍ଥିତ ନିଜ ଶଶୁର ଘରକୁ ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ସନୁ ଶୌଚ ପାଇଁ ଗାଁ ନିକଟସ୍ଥ ଏକ ସ୍ଥାନକୁ ଯାଇଥିବା ସମୟରେ ହଠାତ୍ ଦୁଇଟି ବଣୁଆ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ସନୁ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପାଟଣା ବନପାଳ ନିରଞ୍ଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।