November 7, 2026

ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି

1 min read

ଭୁବନେଶ୍ୱର: ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ନୀତି ଆୟୋଗ ପକ୍ଷରୁ ୨୦୨୬ ସେପ୍ଟେମ୍ବର ୧୬ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଇଭି ନୀତି ସମୀକ୍ଷା ଏବଂ ପୁନର୍ବିନ୍ୟାସ ବୈଠକରେ ପ୍ରକାଶିତ ଭାରତୀୟ ବିଦ୍ୟୁତ ଗତିଶୀଳତା ସୂଚକାଙ୍କ ୨୦୨୫ରେ ଓଡ଼ିଶା ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି ।
ଏହି ସୂଚକାଙ୍କରେ ଓଡ଼ିଶା ୫୫ ସ୍କୋର ହାସଲ କରିଛି। ସହରୀ ପରିବହନ ସହ ବିଶେଷ ଭାବେ ସମ୍ପୃକ୍ତ ପରିବହନ ବିଦ୍ୟୁତକରଣର ଅଗ୍ରଗତରେ ରାଜ୍ୟ ୫୮ ଏବଂ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତିରେ ୫୭ ସ୍କୋର ହାସଲ କରିଛି । ଉଭୟ କ୍ଷେତ୍ରରେ ଓଡ଼ିଶା ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି ।