September 14, 2026

ସନାତନ ପରମ୍ପରାରେ ଭାରତରେ ହେଉଥିବା ପ୍ରସିଦ୍ଧ ଗଙ୍ଗା ନଦୀ ଆରତୀ ଏବେ ସାତ ସମୁଦ୍ର ପାର ହୋଇ ଲଣ୍ଡନର ଟେମ୍ସ ନଦୀରେ ପହଞ୍ଚିଛି। ରବିବାର ଲଣ୍ଡନରେ ଭାରତୀୟ ସଂସ୍କୃତି

1 min read

ଲଣ୍ଡନ:ସନାତନ ପରମ୍ପରାରେ ଭାରତରେ ହେଉଥିବା ପ୍ରସିଦ୍ଧ ଗଙ୍ଗା ନଦୀ ଆରତୀ ଏବେ ସାତ ସମୁଦ୍ର ପାର ହୋଇ ଲଣ୍ଡନର ଟେମ୍ସ ନଦୀରେ ପହଞ୍ଚିଛି। ରବିବାର ଲଣ୍ଡନରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା। ଟେମ୍ସ ନଦୀ କୂଳରେ ଗଙ୍ଗା ଆରତୀ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବହୁ ସଂଖ୍ୟକ ଲୋକ ଆରତୀରେ ଅଂଶଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ, ଚିନ୍ମୟ ମିଶନ ୟୁକେ ଦ୍ୱାରା ବାର୍ଷିକ ‘ଟୋଟାଲି ଟେମ୍ସ’ ମହୋତ୍ସବର ସହଯୋଗରେ ‘ଟେମ୍ସରେ ଗଙ୍ଗା ଆରତୀ:ଆଲୋକର ଏକ ସମାରୋହ’(ଗଙ୍ଗା ଆରତୀ ଅନ୍ ଦି ଟେମ୍ସ:ଏ ସେରିମନି ଅଫ୍ ଲାଇଟ୍) ଆୟୋଜନ କରାଯାଇଥିଲା। ସଂଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବିଶ୍ୱସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥିଲା।