September 10, 2026

ବିଶ୍ୱ ଆୟୁର୍ବେଦ କଂଗ୍ରେସ ପୂର୍ବ ପ୍ରସ୍ତୁତି ଅନ୍ତର୍ଗତ ପାଣ୍ଡୁଲିପି ବିଜ୍ଞାନ ଉପରେ କର୍ମଶାଳା

1 min read

ଭୁବନେଶ୍ୱର(ନିପ୍ର): ଦକ୍ଷିଣ-ପୂର୍ବ ଏସିଆ ସଂଗଠନ ଦେଶମାନଙ୍କର ତଥା ଆୟୁର୍ବେଦ କଂଗ୍ରେସ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନ୍ତର୍ଗତ ପାଣ୍ଡୁଲିପି ବିଜ୍ଞାନ’ ବିଷୟକ ଶୀର୍ଷକ ଉପରେ ଦୁଇ ଦିନିଆ କର୍ମଶାଳା କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ, ଭରତପୁର, ଭୁବନେଶ୍ୱରରେ ହାଇବ୍ରିଡ ମାଧ୍ୟମରେ ଆଜି ଶୁଭାରମ୍ଭ ହୋଇଛି। ଏହି କର୍ମଶାଳା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ(ସିଏଆରଆଇ), ଭୁବନେଶ୍ୱର ଏବଂ ଡବ୍ଲୁଏଚଓ-ସିସି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ହେରିଟେଜ(ଏନଆଇଏମଏଚ), ହାଇଦ୍ରାବାଦର ମିଳିତ ଆୟୋଜନରେ ଏହି କର୍ମଶାଳା ଅନୁଷ୍ଠିତ ହେଉଛି। ପ୍ରାଚୀନ ଚିକିତ୍ସା ପାଣ୍ଡୁଲିପି ଏବଂ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ, ସଂବର୍ଦ୍ଧନ ଓ ଦଲିଲୀକରଣ ଏହାର ପ୍ରମୁଖ ଉଦ୍ଦେଶ୍ୟ। କର୍ମଶାଳାର ଉଦଘାଟନ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତିମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା କରାଯାଇଥିଲା।

ତାଙ୍କ ଉଦ୍‌ବୋଧନରେ ସେ ପ୍ରାଚୀନ ଚିକିତ୍ସାବିଜ୍ଞାନ ଓ ପାଣ୍ଡୁଲିପିରେ ନିହିତ ମୂଲ୍ୟବାନ ପାରମ୍ପରିକ ଐତିହ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରଖିବାର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱାଗତ ଭାଷଣ ପ୍ରଫେସର ଡ. ଏମ.ଏମ ରାଓ, ନିର୍ଦ୍ଦେଶକ ସିସିଆରଏଏସ-ସିଏଆରଆଇ, ଭୁବନେଶ୍ୱର ପ୍ରଦାନ କରିଥିଲେ। କର୍ମଶାଳାର ସଭାପତିତ୍ୱ ଭାଷଣ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ମହାନିର୍ଦ୍ଦେଶକ, ସିସିଆରଏଏସ, ନୂଆଦିଲ୍ଲୀ ପ୍ରଦାନ ପରାଯାଇଥିଲା। ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ମହାନିର୍ଦ୍ଦେଶକ ,ସିସିଆରଏଏସ ନୂଆଦିଲ୍ଲୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଡ.ଜି.ପି. ପ୍ରସାଦ, ହୁ- ସିସିର ଭାରପ୍ରାପ୍ତ ଅଧିକାରୀ ତଥା ନିର୍ଦ୍ଦେଶକ, ସିସିଆରଏଏସ-ଏନଆଇଏମଏଚ,ହାଇଦ୍ରାବାଦ, ଡ. ଅଞ୍ଜନା ପଣ୍ଡା, ନିର୍ଦ୍ଦେଶକ, ଆୟୁଷ, ଓଡିଶା ସରକାର, ଏବଂ ଡ. ସାକେତ ରାମ, ଗବେଷଣା ଅଧିକାରୀ ଓ ସଂଯୋଜକ, ସିସିଆରଏଏସ-ଏନଆଇଏମଏଚ, ହାଇଦ୍ରାବାଦ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରାଚୀନ ଚିକିତ୍ସା ପାଣ୍ଡୁଲିପିର ସଂରକ୍ଷଣ ଉପରେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।