August 2, 2026

ଇରାନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତିକୁ ସ୍ଥଗିତ

1 min read

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ ପୁଣି ୟୁଟର୍ଣ୍ଣ ନେଇଛନ୍ତି। ଇରାନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଫଳରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ଯୁଦ୍ଧକୁ ଏଡାଇ ଦେଇଛି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ଶକ୍ତି ପ୍ରତିଷ୍ଠାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ପ୍ରକାଶ ପାଇଥିଲା। ଶନିବାର ଆମେରିକା ଏହାର ନାଗରିକମାନଙ୍କୁ ମଧ୍ୟପ୍ରାଚ୍ୟର ୧୦ ଦେଶ ଛାଡିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲା। ପରିସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି, ଇରାନ ମଧ୍ୟ ଏକ ସ୍ପଷ୍ଟ ଚେତାବନୀ ଜାରି କରିଥିଲା ଯେ, ଯଦି ଆକ୍ରମଣ ହୁଏ, ତେବେ ଏହାର ଜବାବ କେବଳ ଆମେରିକା ଏବଂ ଇସ୍ରାଏଲ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ସାଉଦି ଆରବ, ୟୁଏଇ, କତାର ଏବଂ ସମଗ୍ର ଉପସାଗରୀୟ ଅଞ୍ଚଳରେ ଥିବା ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବ। ଇରାନ ଆମେରିକା ଅପେକ୍ଷା ବଡ଼ ଦରଣର ଚେତାବନୀ ଇରାନ ଜାରି କରିଥିଲା ବୋଲି ବିଶେଷଜ୍ଞ କହିଥିଲେ। ଏହାକୁ ସାଉଦି ଆରବ ସଙ୍କଟଜନକ ସ୍ଥିତିରେ ଥିଲା। କାରଣ ଇରାନ ଆକ୍ରମଣ କଲେ ସାଉଦିର ଅଧିକ କ୍ଷତି ହେବ। କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ) ସିଧାସଳଖ ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ଉତ୍ତେଜନା ହ୍ରାସ ପାଇଁ ଆବେଦନ କରିଥିଲେ। ଏହା ପରେ ଟ୍ରମ୍ପ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ଘୋଷଣା କରିଛନ୍ତି।