ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ପରିଦର୍ଶକ(ଆରଆଇ) ମାଳତୀ ଦେହୁରୀ
1 min read
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କନ୍ଦରସିଂହା ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ପରିଦର୍ଶକ(ଆରଆଇ) ମାଳତୀ ଦେହୁରୀ। ଜମି ମ୍ୟୁଟେସନ୍ ରିପୋର୍ଟ ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡିତ କରିଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ମାଳତୀ ଦେହୁରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ। ମାଳତୀ ଦେହୁରୀଙ୍କୁ ପର୍ଜଙ୍ଗ ତହସିଲ, ଜିଲ୍ଲା-ଢେଙ୍କାନାଳ, ଏ/ପି-ଆରଆଇ, ପଞ୍ଚୁପଡ଼ା ସର୍କଲର ହିନ୍ଦୋଳ ତହସିଲ, ଜିଲ୍ଲା-ଢେଙ୍କାନାଳ ଅଧୀନରେ ଚାକିରିରୁ ବହିଷ୍କାର କରାଯିବ।


