July 28, 2026

ଭଞ୍ଜନଗର ପୋଲିସ ରବିବାର ହଜିଥିବା ଆଉ ୩୫ଟା ମୋବାଇଲ ଉଦ୍ଧାର

1 min read

ଭଞ୍ଜନଗର: ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ଉଦ୍ଭାବନ ପୋଲିସ ସମେତ ଗୋଇନ୍ଦା ବିଭାଗକୁ ତଦନ୍ତରେ ସାହାଯ୍ୟ କରୁଛି। ନୂଆ ବୈଷୟିକ ଜ୍ଞାନକୌଶଳ ଭଞ୍ଜନଗର ପୋଲିସକ ମଧ୍ୟ ସଫଳତା ଆଣିଦେଇଛି। ଭଞ୍ଜନଗର ପୋଲିସ ରବିବାର ହଜିଥିବା ଆଉ ୩୫ଟା ମୋବାଇଲ ଉଦ୍ଧାର କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି। ଏଥିସହ ଚଳିତ ବର୍ଷ ଭଞ୍ଜନଗର ପୋଲିସ ୩ଟି ଏହିଭଳି ମୋବାଇଲ ଉଦ୍ଧାର ମେଳା କରି ୧୬୫ ହିତାଧିକାରୀଙ୍କୁ ଫୋନ ହସ୍ତାନ୍ତର କରିଛି। ପୋଲିସର ଏହିଭଳି ସଫଳତାକୁ ନେଇ ହିତାଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି। ଉଦ୍ଧାର ମୋବାଇଲ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୧୦ ଜଣ ହିତାଧିକାରୀ ଅଛନ୍ତି। ଆଜି ମୋବାଇଲ ହସ୍ତାନ୍ତର ମେଳାରେ ସେମାନେ ଉପସ୍ଥିତ ହୋଇ ପାରି ନ ଥିବା ଯୋଗୁ ସେମାନଙ୍କୁ ଡାକ ଯୋଗେ ଫୋନ୍‌ ପଠାଇବା ବ୍ୟବସ୍ଥା କରାଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ମୋବାଇଲ ଇତିମଧ୍ୟରେ ଉଦ୍ଧାର ହୋଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ କରି ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଛି। ୧୬୫ଟି ମୋବାଇଲ ଆଜି ସୁଦ୍ଧା ଉଦ୍ଧାର ହୋଇଛି। ଆଗକୁ ମଧ୍ୟ ଏହିଭଳି ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଡ ଦୀପକ କୁମାର ମିଶ୍ର ତାହା ପ୍ରକାଶ କରିଛନ୍ତି। ଏହି ଅବସରରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍‌ଆଇ ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।