July 10, 2026

ଗୋ-ମାଂସ ବିକ୍ରିକୁ ବିରୋଧ କରିବାରୁ ଗୁଳି

1 min read

କୁତ୍ରା : ସୁନ୍ଦରଗଡ଼ ଜିଲାର କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲରେ ଭୋର୍‌ ପ୍ରାୟ ସାଢ଼େ ୩ଟାରେ ଏକ ଚିପ୍ସ ବୋଝେଇ ହାଇୱା ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଅପରାଧୀଙ୍କ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ହାଇୱା ମାଲିକ ଗୋ-ମାଂସ ବିକ୍ରିକୁ ବିରୋଧ କରୁଥିବାରୁ ତାଙ୍କୁ ଡରାଇବା ପାଇଁ ବିପକ୍ଷଗୋଷ୍ଠୀ ଗୁଳି ଚାଳନା କରିଥିବା କୁତ୍ରା ଥାନାଧିକାରୀ ଲୋକେଶ ସାହୁ କହିଛନ୍ତି।
କୁତ୍ରା ବ୍ଲକ୍‌ର ଖତକୁର ବାହାଲରୁ ଏହି ପଥର ବୋଝେଇ ହାଇୱା ଧରି ଚାଳକ ବନାରସୀ ଓରାମ(୨୩) ସମ୍ବଲପୁର ଜିଲା କୁଚିଣ୍ଡା ନିକଟସ୍ଥ କେଶାଇବାହାଲକୁ ଯାଉଥି‌ଲେ। ଏହି ସମୟରେ ଦୁଇଟି ବାଇକ୍‌ରେ ଚାରିଜଣ ଦୁର୍ବୃତ୍ତ ପିଛା କରି ଲିଟିବେଡ଼ା ଜଙ୍ଗଲ ରାସ୍ତାରେ ହାଇୱା ଉପରକୁ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ବନାରସୀ କହିଛନ୍ତି। ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାରୁ ବନାରସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି