July 10, 2026

ବିଳମ୍ବିତ ହୋଇପାରେ ଏଥର ପଞ୍ଚାୟତ ନିର୍ବାଚନ

1 min read

ଭୁବନେଶ୍ବର: ବିଳମ୍ବିତ ହୋଇପାରେ ଏଥର ପଞ୍ଚାୟତ ନିର୍ବାଚନ । ୨୦୨୭ ଜନଗଣନା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବାକୁ ଯାଉଛି । ଏହାସହ ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରି ବୁଥ୍‌ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଏନେଇ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଏଥର ବିଳମ୍ବରେ ହୋଇପାରେ । ସୂଚନା ଅନୁସାରେ, ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହାପରେ ଜୁନ୍ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି । ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି । ଆସନ୍ତା ୨୧ ତାରିଖରେ ପୁଣିଥରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ବସିବ ।