ଭିସା ଗ୍ରୁପ ଏହାର କାରଖାନାରେ ଅତ୍ୟାଧୁନିକ ମିଷ୍ଟ କ୍ୟାନନ ସିଷ୍ଟମ୍ ଜରିଆରେ ଧୁଳି ନିୟନ୍ତ୍ରଣ
1 min read
ଭୁବନେଶ୍ବର: ଭିସା ଗ୍ରୁପ ଏହାର କାରଖାନାରେ ଅତ୍ୟାଧୁନିକ ମିଷ୍ଟ କ୍ୟାନନ ସିଷ୍ଟମ୍ ଜରିଆରେ ଧୁଳି ନିୟନ୍ତ୍ରଣ ଓ ପରିବେଶ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଏହି ମିଷ୍ଟ କ୍ୟାନନଗୁଡ଼ିକ ପାଣିକୁ କୁହୁଡ଼ି ଭଳି ସ୍ପ୍ରେ କରିଥାନ୍ତି ଯାହା ଫଳରେ ଗାଡ଼ି ଚଳପ୍ରଚଳ ଦ୍ବାରା ସୃଷ୍ଟି ହେଉଥିବା ଧୂଳି ନିୟନ୍ତ୍ରିତ ହୋଇଥାଏ। ଏହା ବ୍ୟତୀତ କାରଖାନା ପରିସରରେ ରାସ୍ତା ସଫା କରିବା ମେସିନ ମଧ୍ୟ ରହିଛି। ଭିସା ଗ୍ରୁପ ପକ୍ଷରୁ ମିଳିଟାରି ଛକଠାରୁ କଲଭର୍ଟ-୪ ପର୍ଯ୍ୟନ୍ତ ନିୟମିତ ପାଣି ଟ୍ୟାଙ୍କର ନିୟୋଜିତ କରାଯାଉଛି। ରାସ୍ତାରେ ଦିନକୁ ୫ରୁ ଅଧିକ ଥର ପାଣି ସିଞ୍ଚନ କରାଯାଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବରିଷ୍ଠ ନାଗରିକ କୈଳାଶ ସାହୁ କହିଛନ୍ତି।


