July 20, 2026

ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି।

1 min read

ଆସାମ:ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି। ବିରୋଧୀ ଦଳଗୁଡିକ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସରକାର ଏହି ବିଲ୍ କୁ ସଫଳତାର ସହ ପାସ କରାଇଛନ୍ତି।

ଆସାମ ୟୁସିସି ବିଲ୍‌ରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ‘ଲିଭ୍-ଇନ୍ ରିଲେସନସିପ୍’ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ ହୋଇଛି। ତେବେ ଆସାମର ସାଂସ୍କୃତିକ ବିବିଧତାକୁ ରକ୍ଷା କରିବା ପାଇଁ ଏହି ଆଇନ ରାଜ୍ୟରେ ରହୁଥିବା ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ଲାଗୁ ହେବ ନାହିଁ।