May 21, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମନ୍ତ୍ରୀ ପରିଷଦ ବୈଠକ କରିବାର କାର୍ଯ୍ୟକ୍ରମ

1 min read

ନୂଆଦିଲ୍ଲୀ: ଏନଡିଏ ସରକାର ତା’ର ତୃତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମନ୍ତ୍ରୀ ପରିଷଦ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ମନ୍ତ୍ରଣାଳୟଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା କରାଯିବ ଏବଂ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ପଶ୍ଚିମ ଏସୀୟ ସଙ୍କଟ ମଧ୍ୟରେ ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ୫ଦିବସୀୟ ଗସ୍ତ ନେଇ ବୈଠକରେ ଚର୍ଚ୍ଚା ହୋଇପାରେ। ଏହି ବୈଠକକୁ ଏକ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଭାବରେ ମଧ୍ୟ ଦେଖାଯାଉଛି।