କୁତବ ମୀନାରରେ ମିଳିବ ପୂଜା କରିବାର ଅଧିକାର
1 min read
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାରସ୍ଥିତ ଭୋଜଶାଳାରେ ପୂଜା କରିବା ପାଇଁ ଅନୁମତି ମିଳିବା ପରେ ହିନ୍ଦୁ ସଂଗଠନଗୁଡ଼ିକ ଆଶାବାଦୀ ଯେ ସେମାନଙ୍କୁ ଦିଲ୍ଲୀର କୁତବ ମୀନାର ପରିସରରେ ମଧ୍ୟ ପୂଜା କରିବାକୁ ଅନୁମତି ମିଳିବ। ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ ବ୍ୟାନର ତଳେ ହିନ୍ଦୁ ସଂଗଠନଗୁଡ଼ିକର ଏକ ପ୍ରତିନିଧିମଣ୍ଡଳ ଖୁବ୍ ଶୀଘ୍ର ଭୋଜଶାଳା ମାମଲାରେ ହିନ୍ଦୁମାନଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ସହ ସାକ୍ଷାତ କରି ତାଙ୍କ ପରାମର୍ଶ ନେବେ। ୨୦୨୦ ମସିହାରେ ଜୈନ କୁତବ ମୀନାର ପରିସରରେ ପୂଜା କରିବା ପାଇଁ ଅନୁମତି ମାଗି ସାକେତ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯାହାକୁ ୨୦୨୩ ମସିହାରେ ଖାରଜ କରିଦିଆଯାଇଥିଲା। ବିଷ୍ଣୁ ଜୈନ ଏକ ଆବେଦନ ପୁନଃ ଦାଖଲ କରିଥିଲେ, ଯାହା ବିଚାରାଧୀନ ଅଛି।


