May 20, 2026

ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମେଲୋନି ଗୋଟିଏ କାରରେ ଯାତ୍ରା କରି ଅନେକ ସ୍ଥାନ ଭ୍ରମଣ କରିଛନ୍ତି। ୨୦୦୦ ବର୍ଷ ପୁରୁଣା କଲୋସିୟମ୍‌ରେ ସେଲ୍ଫି ଉଠାଇବା ସହ ରାତ୍ରୀଭୋଜନ ମଧ୍ୟ କରିଛନ୍ତି। ଯାହାର ଫଟୋ ପ୍ରଧାନମନ୍ତ୍ରୀ ଏକ୍ସରେ ଶେୟାର କରିଛନ୍ତି। ଏବେ ଏହା ଖୁବ୍ ଭାଇରାଲ୍ ହେଉଛି। ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ୱାଗତ ମୋର ବନ୍ଧୁ”।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତାଙ୍କ ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ରୋମର ରାସ୍ତାରେ ଏକାଠି କାର ଯାତ୍ରା କରିଥିଲେ ଏବଂ ପ୍ରାୟ ୨,୦୦୦ ବର୍ଷ ପୁରୁଣା କଲୋସିୟମ୍ ପରିଦର୍ଶନ କରିଥିଲେ।