May 18, 2026

ଜାତିରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ଦାଖଲ

1 min read

ଗୁଡାରି : ରାୟଗଡା ଜିଲ୍ଲା ଗୁଡାରି ବ୍ଲକD ପରିସର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଶୁଣାଣିରେ ଜାତିରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ଦାଖଲ ହୋଇଛି। ଦାଖଲ ଅଭିଯୋଗ ଅନୁସାରେ, ପଦ୍ମପୁର ଗାଁର ୮ଟି ତୈଳିକ ବୈଶ୍ୟ ପରିବାର ପକ୍ଷରୁ ଦାଖଲ କରାଯାଇଛି। ଅନ୍ୟ ଜାତିରେ ବାହା ହେବାରୁ ସେମାନଙ୍କୁ କୁଳରୁ ବାସନ୍ଦ କରାଯାଇଛି। ଏପରିକି ସେମାନଙ୍କୁ ମାନସିକ, ଶାରିରୀକ, ଆର୍ଥିକ କ୍ଷେତ୍ରରେ ନିର୍ଯାତନା ଦିଆଯାଉଛି। ଦୁଇ ଭିନ୍ନ ଜାତିର ପୁଅଝିଅ ପରସ୍ପରକୁ ଭଲପାଇ ପିତାମାତାଙ୍କ ଅଗୋଚରରେ ସମାଜର ସ୍ୱୀକୃତି ନଥାଇ ବିବାହ କରୁଛନ୍ତି। କିନ୍ତୁ ସମାଜ ପକ୍ଷରୁ ଏହାକୁ ଏକ ଅପରାଧ ବୋଲି ଗ୍ରହଣ କରାଯାଇଛି। ସେମାନଙ୍କ ବିବାହକୁ ସ୍ବୀକୃତି ଦିଆଯାଉନାହିଁ। ଏହାସହ ଉକ୍ତ ପୁଅ କିମ୍ବା ଝିଅଙ୍କ ପରିବାରକୁ ବିଭିନ୍ନ ସାମାଜିକ କଟକଣା ଓ ନୀତିନିୟମର ସାମ୍ନା କରିବାକୁ ପଡ଼ୁଛି ବୋଲି ଆବେଦନରେ ଦର୍ଶାଇ ଜିଲ୍ଲାପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।