May 15, 2026

ଆଫ୍‌ଗାନିସ୍ତାନ ବିପକ୍ଷ ଟେଷ୍ଟ, ଦିନିକିଆ ଶୃଙ୍ଖଳା ୧୯ରେ ଭାରତୀୟ ଦଳ ଘୋଷଣା

1 min read

ନୂଆଦିଲ୍ଲୀ:ଆଫ୍‌ଗାନିସ୍ତାନ କ୍ରିକେଟ୍‌ ଦଳ ଜୁନ୍‌ରେ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଆଫ୍‌ଗାନିସ୍ତାନ ଏକମାତ୍ର ଟେଷ୍ଟ ଏବଂ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଉଭୟ ଶୃଙ୍ଖଳା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଘୋଷଣା ଚଳିତମାସ ୧୯ରେ କରାଯିବ। ଦୁଇ ମାସରୁ ଅଧିକ ସମୟ ଭାରତୀୟ ଖେଳାଳି ଆଇପିଏଲ୍‌ ଖେଳିବେ। ତେଣୁ ସେମାନଙ୍କ କାର୍ଯ୍ୟଭାରକୁ ଦୃଷ୍ଟି​‌େ​‌ର ଅଜିତ ଆଗରକର ନେତୃତ୍ବାଧୀନ ବରିଷ୍ଠ ମନୋନୟନ କମିଟି ଭାରତୀୟ ଦଳର ମନୋନୟନ କରିବ। ଏହି ଟେଷ୍ଟ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଅନ୍ତର୍ଗତ ନ ଥିବାରୁ ଯଶପ୍ରୀତ ବୁମ୍‌ରାଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ମିଳିପାରେ। ତେବେ ଶୁଭମନ ଗିଲ୍‌ ଟେଷ୍ଟ ଦଳର ନେତୃତ୍ବ ନେଇପାରନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରୁଥିବା କେ.ଏଲ୍‌. ରାହୁଲ ଦିନିକିଆରେ ପ୍ରଥମ ପସନ୍ଦର ୱିକେଟ୍‌ ରକ୍ଷକ। ୨ୟ ୱିକେଟ୍‌ ରକ୍ଷକ ସ୍ଥାନ ପାଇଁ ଋଷଭ ପନ୍ତ ଓ ଈଶାନ୍‌ କିଷନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ତେବେ ଈଶାନ୍‌ ଦଳରେ ରହିବା ନିଶ୍ଚିତ। ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ରହିପାରନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା କିଛି ନବାଗତଙ୍କୁ ମଧ୍ୟ ଦିନିକିଆ ଦଳରେ ସ୍ଥାନ ମିଳିପାରେ