September 16, 2026

ବେଲଗୁଣ୍ଠାର ଜଣାଶୁଣା କଂଗ୍ରେସ ନେତା ସନ୍ତୋଷ କୁମାର ପଟ୍ଟନାୟକ ଶୁକ୍ରବାର ସକାଳେ ପରଲୋକ

1 min read

ଭଞ୍ଜନଗର,୧୫।୫: ଗଞ୍ଜାମ ଜିଲା ବେଲଗୁଣ୍ଠାର ଜଣାଶୁଣା କଂଗ୍ରେସ ନେତା ତଥା ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ମିଡିୟମ ସ୍କୁଲର ଚେୟାରମ୍ୟାନ ସନ୍ତୋଷ କୁମାର ପଟ୍ଟନାୟକ ଶୁକ୍ରବାର ସକାଳେ ପରଲୋକ ଘଟିଛି। ସନ୍ତୋଷଙ୍କ ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ନେଉଥିଲେ। ବାଟରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ବେଲଗୁଣ୍ଠା ମୁଖ୍ୟ ସଡକସ୍ଥିତ ବାସଭବନରେ ବହୁ ଲୋକଙ୍କ ଭିଡ ଜମିଛି। ସେ ରାଜନୀତି ସହ ସମାଜସେବା କାର୍ଯ୍ୟର ଜଡ଼ିତ ଥିଲେ। ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।