May 14, 2026

ପଶ୍ଚିମବଙ୍ଗ ବିଧାନସଭା ପରିସରରେ ୧୪୬ ନବନିର୍ବାଚିତ ବିଧାୟକ ଗୁରୁବାର ଶପଥ ଗ୍ରହଣ

1 min read

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ପରିସରରେ ୧୪୬ ନବନିର୍ବାଚିତ ବିଧାୟକ ଗୁରୁବାର ଶପଥ ଗ୍ରହଣ । ପ୍ରଥମ ଦିନରେ ଉତ୍ତର ବଙ୍ଗର ୮ଟି ସମେତ ମୋଟ ୧୨ଟି ଜିଲ୍ଲାର ବିଧାୟକ ଶପଥ ଗ୍ରହଣ କରିଥିଲେ। ଏଥିରେ ମୁର୍ଶିଦାବାଦ ଜିଲ୍ଲା, ନାଦିଆ, ଉତ୍ତର ୨୪ପରଗନା ଏବଂ ଦକ୍ଷିଣ ୨୪ ପରଗନା ଜିଲ୍ଲାର ବିଧାୟକ ସାମିଲ ଥିଲେ। ଗୁରୁବାର ଦିନ କୋଲକାତା, ହାଓଡ଼ା, ହୁଗଲି, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ପୂର୍ବ ଏବଂ ପଶ୍ଚିମ ବର୍ଦ୍ଧମାନ, ଝାରଗ୍ରାମ, ପୁରୁଲିଆ, ବାଙ୍କୁରା ଏବଂ ବୀରଭୂମି ଜିଲ୍ଲାର ବିଧାୟକମାନେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାରେ ୨୯୪ଟି ଆସନ ରହିଛି।