September 24, 2026

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରେକାରୁ ଏକ ରୋଡ୍ ସୋ କରି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ବିଜେପି ନେତା ଏବଂ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲ ବର୍ଷା କରି ୬ଟି ସ୍ଥାନରେ ସ୍ୱାଗତ କରାଯାଇଥିଲା। କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ଷୋଡ଼ଶୋପଚାର ପୂଜା କରିଥିଲେ । ଏବଂ ଦେଶର ସୁଖ ଓ ସମୃଦ୍ଧି କାମନା କରିଥିଲେ । ମନ୍ଦିରରେ ମୋଦୀଙ୍କ ପୂଜା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ପୂଜାରୀମାନେ ଡମରୁ ବାଦନ କରି ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ପୂଜାରୀଙ୍କୁ କୃତଜ୍ଞତା ଜଣାଇଥିଲେ । କାଶୀ ବିଶ୍ବନାଥଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ଥିବା ବିକ୍ରମାଦିତ୍ୟ ବୈଦିକ ଘଣ୍ଟାକୁ ଦେଖିଥିଲେ । ମନ୍ଦିରରୁ ବାହାରିବା ପରେ ପିଲାମାନଙ୍କ ସହିତ ଦେଖାହୋଇଥିଲେ ମୋଦୀ । ଆଜି ଗଙ୍ଗା ଏକ୍ସପ୍ରେସ ୱେକୁ ଉଦ୍ଘାଟନ କରାଯିବ । ଏହି ଏକ୍ସପ୍ରେସ ୱେ ଖୋଲିବା ଦ୍ବାରା ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଯାତ୍ରା ସମୟ କମ୍ ହେବ । ଗଙ୍ଗା ଏକ୍ସପ୍ରେସ ୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡିବ