April 17, 2026

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା

1 min read

ଇରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ଏହି ପଥ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିବ।

ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମାଜିକ ଗଣାମଧ୍ୟମରେ ନିଶ୍ଚିତ କରି ଲେଖିଛନ୍ତି ଯେ, ହରମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା। ଇରାନ ଏବେ ଘୋଷଣା କରିଛି ଯେ ଇରାନର ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ଏବଂ ସମ୍ପୂର୍ଣ୍ଣ ପଥ ପାଇଁ ପ୍ରସ୍ତୁତ। ଧନ୍ୟବାଦ!”, ଟ୍ରମ୍ପ, ବୋଲି ସେ ଲେଖିଛନ୍ତି। ଆଉଏକ ପୋଷ୍ଟରେ ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ସମ୍ପୂର୍ଣ୍ଣ ଖାଲି ନକରିବା ପର୍ଯ୍ୟନ୍ତ ଆମେରିକା ନୌସେନାର ଅବରୋଧ ଜାରି ରହିବ।

ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଏହା ଦ୍ୱାରା ପେଟ୍ରୋଲ ଦର ୧୦% କମିବାର ସମ୍ଭାବନା ଅଛି