April 13, 2026

ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ ଘଟଣାର ଫର୍ଦ୍ଧାଫାଶ

1 min read

କଳିଙ୍ଗନଗର: ଆଜି ଯାଜପୁର ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇଛି । ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି ପୋଲିସ । ମୃତ ସୋମ୍ୟସାଗରଙ୍କ ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ହତ୍ୟାକାଣ୍ଡରେ ପତ୍ନୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଖୁଲାସା କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଯାଜପୁର ଏସ୍ପି।
ଗୁଳିକାଣ୍ଡ ଘଟଣାରେ ବ୍ୟବହୃତ ବନ୍ଧୁକକୁ ଯାଜପୁର ପୋଲିସ ଜବତ କରିଛି । ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀପଠାରୁ ଜବତ ହେଲା ପିସ୍ତଲ । ପ୍ରକାଶଥାଉକି, ଗତ ୭ ତାରିଖରେ ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙକ ମୃତ୍ୟୁ ହୋଇଥିଲା । ଚିକିତ୍ସିତ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା । ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ